ମଧୁମେହ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଅଟାର ରୁଟି: ଖାଇଲେ ନିୟନ୍ତ୍ରଣରେ ରହିବ ସୁଗାର

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ରୋଗୀଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ଉକ୍ତ କାରଣରୁ ମଧୁମେହ ରୋଗୀଙ୍କଠାରେ ହୃଦ୍‌ରୋଗ, କିଡ୍‌ନୀ ସମସ୍ୟା ଭଳି ଅନେକ ଦୁରାରୋଗ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଉପଶମ ପାଇଁ ରୋଗୀ ଇନ୍‌ସୁଲିନ୍‌ ନେଇଥାଆନ୍ତି। ମାତ୍ର ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଏହି ସମସ୍ୟାକୁ କମ୍‌ କରିବା ସହିିତ ଇନ୍‌ସୁଲିନ ନେବାରୁ ମୁକ୍ତି ଦେଇଥାଏ। ଏତଦ୍‌ବ୍ୟତୀତ ମଧୁମେହ ରୋଗୀ ଅଟାରୁଟି ଖାଇବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ…

ହାଇ ଫାଇଭର ରୁଟି: ମଧୁମେହ ରୋଗୀ ହାଇ ଫାଇଭର ରୁଟି ଖାଇବା ଉଚିତ । ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖିଥାଏ। ଏହି ଶ୍ରେଣୀରେ ଯଅ, ବାଜରା ଆଦି ରହିଥାଏ। ଏଥିରେ ଫାଇଭରର ମାତ୍ରା ଅଧିକ ରହିଥାଏ।

କାର୍ବୋହାଇଡ୍ରେଡ୍‌, କ୍ୟାଲୋରି : ସ୍ୟାଣ୍ଡଓ୍ବିଚ୍‌ କିମ୍ବା ରୁଟି ଖାଇବା ସମୟରେ ସେଥିରେ ଯେପରି କାର୍ବୋହାଇଡ୍ରେଡ୍‌, କ୍ୟାଲୋରି ପରିମାଣ ନ ରୁହେ ଦୃଷ୍ଟି ଦିଅନ୍ତୁ। ଯାହାର ବିକଳ୍ପରେ ଆପଣ ବିଭିନ୍ନ ଶସ୍ୟ ବା (ମଲ୍‌ଟି ଗ୍ର୍ରିନ୍‌)କୁ ବାଛିପାରିବେ।

ଗହମ, ଚାଉଳ ରୁଟି: ମଧୁମେହ ରୋଗୀ ଗହମ ଓ ଚାଉଳରେ ପ୍ରସ୍ତୁତ ରୁଟିକୁ ମିଶାଇ ଖାଇପାରିବେ।

ଚଣା ରୁଟି: ମଧୁମେହ ରୋଗୀଙ୍କ ଲାଗି ଏହା ବରଦାନ ସଦୃଶ ହୋଇଥାଏ। ଅନେକ ସମୟରେ ଡାକ୍ତର କେବଳ ଅଟା ରୁଟି ଖାଇବା ବଦଳରେ ଚଣା ଓ ଅଟା ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ଏହା ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ।