Advertisement

ମଧୁମେହ ରୋଗୀ ଖାଇପାରିବେ କି ଆମ୍ବ

ସବୁ ଫଳରୁ ଆମ୍ବକୁ ରାଜା ଫଳ ବୋଲି କୁହାଯାଏ। ଛୋଟରୁ ବଡ଼ ସମସ୍ତଙ୍କ ପସନ୍ଦ ଆମ୍ବ। ଖରାଦିନ ଆସିଲେ ଆମ୍ବକୁ ସମସ୍ତେ ଅନାଇ ବସିଥାନ୍ତି। କିନ୍ତୁ ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ଦଣ୍ଡ ସଦୃଶ। କାରଣ ଏହି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ଏହାକୁ ଖାଇପାରିବେ ନାହିଁ ବୋଲି କୁହାଯାଏ। ଯଦି ଆପଣ ଏହା ଭାବୁଛନ୍ତି ତା’ହେଲେ ଆପଣଙ୍କ ଭାବନାକୁ ବଦଳାନ୍ତୁ। ମଧୁମେହ ରୋଗୀ ମଧ୍ୟ ଆମ୍ବ ଖାଇପାରିବେ କିନ୍ତୁ ଖାଇବା ପୂର୍ବରୁ କିଛି ନିୟମ ଓ ଶୈଳୀ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ। ତା’ହାଲେ ଆସନ୍ତୁ ଜାଣିବା କ’ଣ ରହିଛି ଆମ୍ବ ଖାଇବାର ଶୈଳୀ।
*ଅଧିକ ରସ ଥିବା ଆମ୍ବ ଖାଆନ୍ତୁ, କାରଣ ଏଥିରେ ଥିବା ଶର୍କରା ଶୀଘ୍ର ରକ୍ତରେ ମିଶି ନ ଥାଏ।
* ମ୍ୟାଙ୍ଗୋ ସେକ୍‌ ବା ଆମ୍ବରସ ବିଲ୍‌କୁଲ୍‌ ଖାଆନ୍ତୁ ନାହିଁ। କାରଣ ଏଥିରେ ବ୍ୟବହୃତ ହେଉଥିବା ଚିନି ବହୁ ଶୀଘ୍ର ଶର୍କରାରେ ପରିଣତ ହୋଇଯିବ। ତେଣୁ ପ୍ରାକୃତିକ ଆମ୍ବ ଖାଆନ୍ତୁ।
* ଏଥିସହ ଆମ୍ବ ଖାଇବା ପୂର୍ବରୁ ନିଜର ସୁଗାର ପରୀକ୍ଷା କରିବାକୁ ଜମା ଭୁଲନ୍ତୁ ନାହିଁ। ଯଦି ସୁଗାର ସ୍ତର କମ୍‌ ଅଛି ତା’ହେଲେ ଆମ୍ବ ଖାଆନ୍ତୁ। ମନେ ରଖନ୍ତୁ ପୁରା ଦିନ ଭିତରେ ଗୋଟିଏ ଆମ୍ବ ଖାଆନ୍ତୁ।
* ସେହିପରି ଆମ୍ବର ପଣା ମଧ୍ୟ ପିଇ ପାରିବେ। କାରଣ ଏହା କଞ୍ଚା ଆମ୍ବରୁ ତିଆରି ହୋଇଥାଏ। କିନ୍ତୁ ଏହି ପଣାରେ ଚିନି ପକାନ୍ତୁ ନାହିଁ, ଆପଣ ଏଥିରେ ପୁଦିନା, ଜୀରା, କଳା ଲୁଣ ଆଦି ପକାଇ ପଣା ତିଆରି କରିପାରିବେ।
*ଆମ୍ବକୁ କେବେ ରାତିରେ ଖାଆନ୍ତୁ ନାହିଁ। ଚେଷ୍ଟା କରନ୍ତୁ ଏହାକୁ ସକାଳ ଜଳଖିଆ ପରେ କିମ୍ବା ଦ୍ୱିପହର ଖାଇବା ସମୟରେ ଖାଇବା ପାଇଁ। ଏହା ପରେ ଆପଣ କିଛି ସମୟ ପାଇଁ ଚଲାବୁଲା କରନ୍ତୁ। କାରଣ ଏଥିରେ ଥିବା ଶର୍କରା ରକ୍ତରେ ଅତି ସହଜରେ ମିଳାଇ ପାରିବନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share