ମଧୁମେହ ଲାଗି ହଳଦୀ ରାମବାଣ ସଦୃଶ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ ହେଉଛନ୍ତି। ଏହା ପରିବର୍ତ୍ତିତ ଜୀବନଶୈଳୀ ଲାଗି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ଅନ୍ୟତମ। ଏହି ରୋଗରେ ରକ୍ତ ସର୍କରାକୁ ନିୟନ୍ତ୍ରଣ କରିବା କଷ୍ଟକର। ତେବେ କେତେକ ଘରୋଇ ଉପଚାର ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଉଥିଲେ ମଧ୍ୟ ଏପରି ଏକ ଜିନିଷ ଅଛି, ଯାହା ମଧୁମେହ ନିୟନ୍ତ୍ରଣ ଲାଗି ରାମବାଣ ସଦୃଶ କାମ କରିଥାଏ। ଜାଣନ୍ତୁ ସେ ସମ୍ପର୍କରେ…

* ହଳଦୀ ଖାଇବା ଫଳରେ ଟାଇପ୍‌ ଟୁ ମଧୁମେହରୁ ମୁକ୍ତି ମିଳିପାରିବ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରିତ କରି ଏଥିରୁ ଉପଶମ କରିଥାଏ।

* ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ଲାଗି ହଳଦୀକୁ ବ୍ୟବହାର କରାଯାଉଥିଲେ ସୁଦ୍ଧା ଖାଦ୍ୟରେ ଏହାର ପରିମାଣ କମ୍‌ ହେଲେ ଟାଇପ୍‌-୨ ମଧୁମେହ ସୃୃଷ୍ଟି କରିଥାଏ।

* ମଧୁମେହ ରୋଗୀଙ୍କ ପାଇଁ ହଳଦୀ ମହୌଷଧି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି-ଫ୍ଲାମେଟୋରି ଗୁଣ ରହିଛି। ଏହା ଶରୀରରେ ଇନ୍‌ସୁଲିନ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାଏ।

* ମଧୁମେହ ରୋଗୀ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ହଳଦୀ ଦ୍ରବଣ କରି ପିଇଲେ ସ୍ବାସ୍ଥ୍ୟ ଭଲ ରୁହେ। ଏହା ହାଡକୁ ମଜଭୁତ କରିବ। ଅନ୍ୟ ପକ୍ଷେ ଏହା ମଧୁମେହ ଏବଂ ରକ୍ତଶର୍କରା ସ୍ତରକୁ ନିୟନ୍ତ୍ରଣ କରିବ।