ବଜାରରେ ଅନ୍ୟ ଏକ କୋବି ମିଳିଥାଏ। ଯାହା ଫୁଲକୋବି ପରି ଦେଖାଯାଏ। ଏହା ସବୁଜ ରଙ୍ଗର ହୋଇଥାଏ। ଏହାକୁ ବ୍ରୋକୋଲି କୁହାଯାଏ। ବୈଜ୍ଞାନିକଙ୍କ ଅନୁଯାୟୀ ବ୍ରୋକୋଲି ମଧ୍ୟ କୋବି ପ୍ରଜାତିର ଏକ ପରିବା। କେବଳ ପାର୍ଥକ୍ୟ ହେଉଛି ବ୍ରୋକୋଲିରେ କୋବି ଅପେକ୍ଷା ଅଧିକ ଫାଇବର ଏବଂ ଭିଟାମିନ ଥାଏ। ଏହା ଅନ୍ୟ କୋବି ତୁଳନାରେ ରୂପରେ ଭିନ୍ନ, ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ତେବେ ଜାଣନ୍ତୁ ସେ ସମ୍ପର୍କରେ….
ବ୍ରୋକୋଲିରେ ଆଇରନ, କ୍ୟାଲସିୟମ, ପ୍ରୋଟିନ, କାର୍ବୋହାଇଡ୍ରେଟ, ଭିଟାମିନ ଏ, ଭିଟାମିନ ସି, ଭିଟାମିନ ବି, ପୋଟାସିୟମ, ମ୍ୟାଗ୍ନେସିୟମ, ଜିଙ୍କ, ଫୋସ୍ଫୋରସ ଭଳି ଅନେକ ପୋଷକ ତତ୍ତ୍ୱ ଥାଏ । ଏହାର ବ୍ୟବହାର ଇମ୍ୟୁନ ସିଷ୍ଟମକୁ ମଜବୁତ କରେ।
ଏଥିରେ ମ୍ୟାଗ୍ନେସିୟମ ଏବଂ ଭିଟାମିନ ସି ଭରପୂର ଥାଏ। ବ୍ରୋକୋଲି ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କ ଇନ୍ସୁଲିନ ସ୍ତର କମିଯାଏଥ।
ଏଥିରୁ ଅଧିକ ପରିମାଣର କ୍ୟାଲୋରୀ ମିଳିଥାଏ। ଯାହା ଶରୀରର ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ।
କର୍କଟ ଭଳି ଭୟଙ୍କର ରୋଗରୁ ମୁକ୍ତି ପାଇଁ ବ୍ରୋକୋଲି ଲାଭଦାୟକ ହୋଇଥାଏ। ବ୍ରୋକୋଲିରେ ବିଟା କାରୋଟିନ ଏବଂ ଆଇସୋଥାଇଓସିଆନେଟ ନାମକ ଉପାଦାନ ରହିଥାଏ, ଯାହା କର୍କଟ ରୋଗର ପ୍ରତିରୋଧରେ ସହାୟକ ହୋଇଥାଏ।