ମଧୁସୂଦନ ଲ’ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର, ୫ା୩(ବ୍ୟୁରୋ): କଟକ ମଧୁସୂଦନ ଲ’ କଲେଜ ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିଛି। କଲେଜ ବଦଳରେ ‘ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ’ରେ ପରିଣତ ହୋଇଥିବା ନେଇ ବୁଧବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ କେବଳ ସ୍ବୟଂଶାସିତ ନୁହେଁ, ସମସ୍ତ ଆଇନ ମହାବିଦ୍ୟାଳୟ ଅନ୍ତର୍ଭୁକ୍ତ ହେବ। ଅନ୍ୟ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଆଇନ ମହାବିଦ୍ୟାଳୟଗୁଡ଼ିକ ଏହା ଅଧୀନକୁ ଆସିବେ ନାହିଁ। ଆସନ୍ତା ଜୁନ୍‌ ୧ରେ ଏହା ବିଧିବଦ୍ଧ ଭାବେ ଏହା କାର୍ଯ୍ୟକାରୀ ହେବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Share