ଭୋପାଳ,୯।୬: ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କମଳନାଥ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ୟାଙ୍କରରେ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଇଛି। ତେବେ ପାଣିକୁ ନେଇ କେତେକ ଅଞ୍ଚଳରେ ଗଣ୍ଡଗୋଳ ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ଏସବୁଠାରେ ପୋଲିସ ମୁତୟନ କରାଇବାକୁ ଗୃହମନ୍ତ୍ରୀ ବାଲା ବଚ୍ଚନ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପାଣି ଉପରେ ପହରା ନିର୍ଦ୍ଦେଶକୁ ନେଇ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି।