Categories: ଜାତୀୟ

ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ‘ଛପାକ’

ଭୋପାଳ,୯।୧: ବଲିଉଡ୍‌ ବିୟୁଟି ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଏହି ବହୁ ପ୍ରତିକ୍ଷିତ ଫିଲ୍ମକୁ ମଧ୍ୟପ୍ରଦେଶ ସରକାର ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ଏବେ ଦୀପିକା ଏହାର ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ବୁଧବାର ଜେଏନ୍‌ୟୁ ଘଟଣାକୁ ନେଇ ସେ ଆସିଥିଲେ ଚର୍ଚ୍ଚାକୁ। ସୂଚନାଯୋଗ୍ୟ, ୨୦୦୫ରେ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କୁ ଏସିଡ୍‌ ଆଟାକ୍‌ ଘଟଣାକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି। ଏଥିରେ ଦୀପିକା ମୁଖ୍ୟ ଭୂମିକାରେ ନଜର ଆସିବେ।

Share