ମଧ୍ୟପ୍ରଦେଶରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୋପାଳ,୨୫।୩: କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଉଜୈନରେ ରହୁଥିବା ଜଣେ ମହିଳାଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିବଲା। ସୂଚନାଯୋଗ୍ୟ, ଉକ୍ତ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ତାଙ୍କୁ ଇନ୍ଦୋରରେ ଥିବା ଏକ ହସ୍ପିଟାଲର ଆଇସୋଲେଶନ୍‌ରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତେବେ ଚିକିସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ କରୋନା ସଂକ୍ରମଣରେ ଏହା ପ୍ରଥମ ମୃତ୍ୟୁ ଘଟଣା। ତେବେ ଉକ୍ତ ମହିଳା ଜଣଙ୍କ ବିଦେଶ ଯାଇ ନ ଥିବା ବେଳେ କେଉଁ ସଂକ୍ରମିତଙ୍କ ସଂସ୍ପର୍ଶରେ ମଧ୍ୟ ଆସି ନ ଥିବା କୁହାଯାଉଛି। ଅପରପକ୍ଷେ ବୁଧବାର ଦିଲ୍ଲୀରେ ଆଉ ୫ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୩୫ ହୋଇଛି। ସେହିପରି ଭାରତରେ ଏପର୍ଯ୍ୟନ୍ତ କରୋନାରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୬୦୦ରୁ ଊର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି।

Share