Categories: ଜାତୀୟ

ମଧ୍ୟପ୍ରଦେଶରେ ବଳାତ୍କାରର ଶିକାର ହେଲେ ୪ବର୍ଷର ଶିଶୁ

ଇନ୍ଦୋର,୩।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ବଳତ୍କାର ପରେ ହତ୍ୟା ଘଟଣା ଥମି ନ ଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶରେ ଜଣେ ୪ବର୍ଷର ଶିଶୁକୁ ବଳାତ୍କାର କରାଯାଇ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ଥାନୀୟ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ଇନ୍ଦୋର ଜିଲାର ମହରେ ଜଣେ ୪ ବର୍ଷର ଝିଅ ମା’ ବାପାଙ୍କ ସହ ରାସ୍ତାରେ ଶୋଇଥିଲେ। ସେହି ସମୟରେ କିଛି ଅଜଣା ବ୍ୟକ୍ତି ଶୋଇଥିବା ଅବସ୍ଥାରେ ତାଙ୍କୁ ଉଠାଇ ନେଇ ବଳାତ୍କାର କରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ରାସ୍ତାରେ ଫୋପାଡି ସେଠାରୁ ଫେରାର ହୋଇଯାଇଥିଲେ। ପରିବାରଲୋକେ ବହୁ ଖୋଜାଖୋଜି ପରେ ସୋମବାର ଶିଶୁଟିର ମୃତଦେହ ଏକ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଶିଶୁ ସହ ବଳାତ୍କାର ହେବା ନେଇ ଜଣାପଡ଼ିଥିଲା। ଏହି ଘଟଣାରେ ଜଣେ ନୁହେଁ ବରଂ ଏକାଧିକ ବ୍ୟକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଛି। ତେବେ ସିସିଟିଭିକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି।

Share