Categories: ଜାତୀୟ

ମଧ୍ୟପ୍ରଦେଶରେ ୫୩ ବର୍ଷ ତଳ ଘଟଣାର ପୁନରାବୃତ୍ତି: ବିଜୟାରାଜେଙ୍କ ପରେ ଏବେ ନାତି ଜ୍ୟୋତିରାଦିତ୍ୟ

ଭୋପାଳ,୧୧।୩: ମଧ୍ୟପ୍ରଦେଶରେ କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇଛନ୍ତି। ଏପରି କରି ସେ ୫୩ ବର୍ଷ ତଳର ଇତିହାସ ଲୋକଙ୍କୁ ମନେ ପକାଇ ଦେଇଛନ୍ତି। ସେତେବେଳେ ବିଜୟାରାଜେ ସିନ୍ଧିଆ କଂଗ୍ରେସକୁ କ୍ଷମତାଚ୍ୟୁତ କରିଥିଲେ। ଏବେ ସେଇ ବାଟ ଆପଣେଇଛନ୍ତି ନାତି ଜ୍ୟୋତିରାଦିତ୍ୟ। ୧୯୬୭ରେ ବିଜୟାରାଜେ କଂଗ୍ରେସ ଛାଡ଼ି ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଲୋକ ସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ସରକାର ଗଠନ କରିଥିଲା। ଡି.ପି. ମିଶ୍ରା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ କଂଗ୍ରେସର ୩୬ଜଣ ବିଧାୟକ ବିଜୟାରାଜେଙ୍କୁ ସମର୍ଥନ ଜଣାଇ ଇସ୍ତଫା ଦେଇଥିଲେ। ଫଳରେ ରାଜ୍ୟରେ କଂଗ୍ରେସ ସରକାରର ପତନ ଘଟିଥିଲା। ଜ୍ୟୋତିରାଦିତ୍ୟ ଏଭଳି ଘଟଣାକୁ ଦୋହରାଇ ନିଜେ ଦଳରୁ ଇସ୍ତଫା ଦେବା ସହିତ ୨୦ ଜଣ ବିଧାୟକଙ୍କୁ ନେଇ ଭାଜପା ମୁହାଁ ହୋଇଛନ୍ତି।

Share