ମଧ୍ୟପ୍ରଦେଶ ଦ୍ୱାଦଶ ବୋର୍ଡ: ବାପା-ଝିଅ ପରୀକ୍ଷା ଦେବାକୁ ଗୋଟିଏ କେନ୍ଦ୍ରରେ ପହଞ୍ଚିଲେ

ଭୋପାଳ,୨।୩: ମଧ୍ୟପ୍ରଦେଶ ମାଧ୍ୟମିକ ଶିକ୍ଷା ମଣ୍ଡଳ(ଏମ୍‌ଏସ୍‌ଏମ୍‌) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ଏହା ପ୍ରଥମ ପରୀକ୍ଷା ମାତୃଭାଷା ହିନ୍ଦୀ ବିଷୟରେ ପରୀକ୍ଷା ଦେବାକୁ ବାପା-ଝିଅ ଏକା ସାଙ୍ଗରେ ଗୋଟିଏ କେନ୍ଦ୍ରରେ ପହଞ୍ଚିଛନ୍ତି। ବାପା ବାଲକ୍ରିଷ୍ଣନ୍‌ ସୈନି ଏବଂ ଝିଅ ତାନ୍ୟା ସୈନି ସ୍ଥାନୀୟ ଗ୍ବାଲିୟରର ଏକ କେନ୍ଦ୍ରରେ ପୂର୍ବାହ୍ନ ୮ଟାରେ ପହଞ୍ଚିଥିଲେ। ବାଲକ୍ରିଷ୍ଣନ୍‌ ୟୁନିୟନ୍‌ ବ୍ୟାଙ୍କରେ କାମ କରନ୍ତି। ତେବେ ସେ ଦ୍ୱାଦଶ ପରୀକ୍ଷା ପାସ କରି ନାହାଁନ୍ତି। ବାପା-ଝିଅଙ୍କୁ ନେଇ ପରୀକ୍ଷା କେନ୍ଦ୍ରରେ କିଛି ସମୟ ପାଇଁ ବେଶ୍‌ ଚର୍ଚ୍ଚା ହୋଇଥିଲା। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ମାଧ୍ୟମିକ ଶିକ୍ଷା ମଣ୍ଡଳ ପକ୍ଷରୁ ପରିଚାଳିତ ଦଶମ ବୋର୍ଡ ମାର୍ଚ୍ଚ ୩ରୁ ଆରମ୍ଭ ହେବ।

Share