Categories: ଜାତୀୟ

ମଧ୍ୟପ୍ରଦେଶ ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ-ଭାଜପାକୁ ଗୋଟିଏ-ଗୋଟିଏ ଆସନ ମିଳିବା ସମ୍ଭାବନା

ଭୋପାଳ,୨୬।୨: ମଧ୍ୟପ୍ରଦେଶରେ ରାଜ୍ୟ ସଭା ପାଇଁ ୩ଟି ଆସନରେ ନିର୍ବାଚନ ହେବ। ନିର୍ବାଚନରେ କଂଗ୍ରେସ ଏବଂ ଭାଜପାକୁ ଗୋଟିଏ ଗୋଟିଏ ଆସନ ମିଳିବା ପ୍ରାୟ ନିଶ୍ଚିତ ହୋଇଥିବାବେଳେ ତୃତୀୟ ଆସନ ପାଇଁ ଛକାପଞ୍ଝା ଜାରି ରହିଛି। ତୃତୀୟ ଆସନ ଲାଗି କ୍ରସ୍‌ ଭୋଟିଂ ହେବାର ଆଶଙ୍କା ଥିବା କୁହାଯାଉଛି। ରାଜ୍ୟ ସଭା ଆସନ ପାଇଁ ୫୮ ସଦସ୍ୟଙ୍କ ଭୋଟ ରହିବା ଆବଶ୍ୟକ। ପ୍ରଥମ ଆସନ ପରେ କଂଗ୍ରେସ ପାଖରେ ୫୬ ସଦସ୍ୟଙ୍କ ଭୋଟ ରହିବ। ସେହିପରି ଭାଜପା ପାଖରେ ୪୯ ସଦସ୍ୟଙ୍କ ଭୋଟ ରହିବ। ତେଣୁ କଂଗ୍ରେସ ୨ଜଣ ସଦସ୍ୟଙ୍କ ଭୋଟ ଆବଶ୍ୟକ କରୁଥିବାବେଳେ ଭାଜପା ୯ ଜଣ ସଦସ୍ୟଙ୍କ ଭୋଟ ଆବଶ୍ୟକ କରିବ। ତେବେ ତୃତୀୟ ଆସନରେ ମଧ୍ୟ କଂଗ୍ରେସ ସହଜ ସ୍ଥିତିରେ ରହିବ ବୋଲି ଅନୁମାନ କରାଯାଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share