ମଧ୍ୟାହ୍ନଭୋଜନରେ ଝିଟିପିଟି ପଡ଼ିବା ଘଟଣା : କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଭଦ୍ରକ ଅଫିସ,୨୮।୧୦: ଭଦ୍ରକ ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ଝିଟିପିଟି ପଡ଼ି ପ୍ରାୟ ୫୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିଲେ। ଏହି ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପଦକ୍ଷେପ ନିଆଯାଇନାହିଁ। ସୋମବାର ଜିଲା ଭାଜପା କାର୍ଯ୍ୟାଳୟରେ ଡ.ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇ ପ୍ରଶାସନ ବିରୋଧରେ ବର୍ଷିଛନ୍ତି ଭାଜପା ନେତା। ଏହି ସମ୍ମିଳନୀରେ ଜିଲାପରିଷଦ ସଭ୍ୟ ହେମନ୍ତ କୁମାର ପାଢ଼ୀ, ପ୍ରଭାକର ସାମଲ, ନାରାୟଣ ସେନାପତି, ଅନିଲ ବେହେରା, ଅଭିମନ୍ୟୁ ଜେନା, ପ୍ରଦୀପ ଘଡେଇ,ଦେବବ୍ରତ ମହାରଣା ପ୍ରମୁଖ ଉପସ୍ଥିତ ରହି ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି I