ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀଛାତ୍ର ଅସୁସ୍ଥ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଜିଲା ସଦର ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଭଦ୍ରକ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଭାବକମାନଙ୍କ କହିବା ଅନୁଯାୟୀ, ପିଲାମାନେ ପୂର୍ବାହ୍ନରେ ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ଘରକୁ ଫେରିଥିଲେ। ଘରେ ସେମାନଙ୍କ ମୁଣ୍ଡ ବୁଲାଇବା ସହ ପେଟ କାଟିବାରୁ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ମଧ୍ୟାହ୍ନଭୋଜନରେ ଝିଟିପିଟି ପଡ଼ିଥିବା ଅଭିଯୋଗ ହୋଇଛି।