ମଧ୍ୟାହ୍ନଭୋଜନ ଖାଇ ୨୫ ଛାତ୍ରୀଛାତ୍ର ଅସୁସ୍ଥ, କଟକ ବଡ଼ ମେଡିକାଲରେ ଭର୍ତ୍ତି

ନରାଜ,୯।୧(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁର ଉପ୍ରା ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗୁରୁବାର ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଅନୁଭବ କରୁଥିବା ୨୫ଜଣ ପିଲାଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି।

ସୂଚନାନୁଯାୟୀ, ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ସମୟରେ ପିଲାମାନଙ୍କ ପାଇଁ ଆସିଥିବା ଅକ୍ଷୟପାତ୍ର ଫାଉଣ୍ଡେଶନରୁ ଆସିଥିବା ଖାଦ୍ୟ କିଛି ପିଲା ଖାଇଥିଲେ। ୨ୟ ଶ୍ରେଣୀର ଶ୍ରଦ୍ଧାଞ୍ଜଳି ପଣ୍ଡା ନାମ୍ନୀ ଏକ ଝିଅ ଖାଦ୍ୟରୁ ଏକ ବୁଢ଼ୀଆଣି ବାହାରିବାରୁ ଖାଦ୍ୟକୁ ଫୋପାଡ଼ି ଦେବା ସହିତ ଅନ୍ୟ ପିଲାଙ୍କୁ ଖାଦ୍ୟ ନ ଖାଇବାକୁ କହିଥିଲେ। ଏହାପରେ ଖାଦ୍ୟ ଖାଇଥିବା ପିଲାମାନେ ବାନ୍ତି କରିବାକୁ ଲାଗିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଆମ୍ବୁଲାନ୍ସକୁ ଖବର ଦେବା ସହ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ। ତେବେ କେଉଁ କାରଣ ପାଇଁ ଅଘଟଣ ଘଟିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

Share