କୋଷ୍ଠା,୨୪ା୨(ଡି.ଏନ୍.ଏ.)- ଶୂଳିଆପଦା ବ୍ଲକ ମଧ୍ୟାହ୍ନଭୋଜନ ପାଚିକା ଓ ସହାୟିକା ସଂଘର ଏକ ସମାବେଶ କୋଷ୍ଠାସ୍ଥିତ ଉଦୟନାଥ ଆଇଟିଆଇ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସମ୍ପାଦିକା ଅନ୍ନଦା ଧଳଙ୍କ ଆହ୍ବାନ କ୍ରମେ ଆୟୋଜିତ ସମାବେଶରେ ଶତାଧିକ ସଦସ୍ୟା ଯୋଗ ଦେଇଥିଲେ। ଏଥିରେ ଭାରତୀୟ ମଜଦୁର ସଂଘର ଜିଲା ଉପସଭାପତି ବିଶ୍ୱମ୍ବର ଦାସ ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ କୋଷାଧ୍ୟକ୍ଷ ଲକ୍ଷ୍ମଣ ଦାସ, ମୁଖ୍ୟବକ୍ତା ରାଜ୍ୟ ସଂଯୋଜକ ବୋଧିରଞ୍ଜନ ମହାନ୍ତ (ବିଜୁ ଭାଇ), ସମ୍ମାନନୀୟ ଅତିଥି ଜିଲା କୋଷାଧ୍ୟକ୍ଷ ହେମଲତା ମିଶ୍ର ଓ ହିମାଂଶୁ ଶେଖର ଗିରି ପ୍ରମୁଖ ମଞ୍ଚାସୀନ ଥିଲେ। ସର୍ବନିମ୍ନ ପାରିଶ୍ରମିକ ପାଉଥିବା ପାଚିକା ଓ ସହାୟିକାଙ୍କ ପ୍ରତି ଦୃଷ୍ଟି ନ ଦେଇ ସେମାନଙ୍କୁ ଅଣଦେଖା କରା ଯାଉଥିବା ଉପସଭାନେତ୍ରୀ ଶକୁନ୍ତଳା ସୋରେନ ଅଭିଯୋଗ କରିଥିଲେ। ଆଗାମୀ ଦିନରେ ଦାବି ହାସଲ ନିମନ୍ତେ ସଂଗଠିତ ହୋଇ ଆନ୍ଦୋଳନ କରାଯିବ ବୋଲି ସମାବେଶରେ ସ୍ଥିର କରାଯାଇଥିଲା ା ସଂଘର ସଭାନେତ୍ରୀ ବନାନୀ ମହାନାଏକ ସଭା ପରିଚାଳନା କରିଥିଲେ।