ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି: ଅଖିଆ ଫେରିଲେ ୧୨୯ ଛାତ୍ରୀଛାତ୍ର

ଜୟପୁର, ୧୮।୮(ଡି.ଏନ.ଏ ): କୋରାପୁଟ ଜିଲା ଜୟପୁର ବ୍ଲକ ଏକମ୍ବା ପଞ୍ଚାୟତ ଅଧୀନ ଚିକିମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଭାତରୁ ଶନିବାର ଏକ ଝିଟିପିଟି ବାହାରିଛି । କୌଣସି ଛାତ୍ରୀଛାତ୍ରଙ୍କୁ ଉକ୍ତ ଖାଦ୍ୟ ପ୍ରଦାନ କରାଯାଇନାହିଁ । ୧୨୯ ଛାତ୍ରୀଛାତ୍ର ନଖାଇ ଘରକୁ ଫେରିଛନ୍ତି। ଗ୍ରାମବାସୀ ଏବଂ ଅବିଭାବକ ପହଞ୍ଚତ୍ ହୋହଲ୍ଲା କରିବା ପରେ ଉତ୍ତେଜନା ଦେଖାଦେଇଥିଲା । କେନ୍ଦ୍ରୀୟ ରୋଷେଇ ଶାଳରୁ ମଧ୍ୟାହ୍ନ ଭୋଜନ ଖାଦ୍ୟ ପ୍ରସ୍ତୁତ କରାଯାଇ ଯୋଗାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଏଥିସହିତ ଆସନ୍ତା ସୋମବାରଠାରୁ ଗାଡି ଯୋଗେ ଆସୁଥିବା ଖାଦ୍ୟକୁ ଗ୍ରାମ ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଖବରପାଇ ସିଆରସିସି ଜ୍ଞାନେନ୍ଦ୍ର ପରିଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ବିଇଓଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ।