Categories: କନ୍ଧମାଳ

ମଧ୍ୟାହ୍ନ ଭୋଜନରେ ଝିଟିପିଟି ବିସ୍କୁଟ ଖାଇଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୨୨ା୯(ଡ଼ି.ଏନ.ଏ.)-ତୁମୁଡିବନ୍ଧ ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ବେଳେ ତରକାରୀରେ ଏକ ମଲା ଝିଟିପିଟି ପଡ଼ିଥିବା ପାଚିକା ଦେଖିଥିଲେ ା ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଦେଶିନାୟକ ଏହା ଜାଣିବା ପରେ ଛାତ୍ରୀଛାତ୍ରମାନଙ୍କୁ ଉକ୍ତ ନ ଖାଇବାକୁ କହିଥିଲେ। ତେବେ ସେତବେଳକୁ ବିଦ୍ୟାଳୟର ୨୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ଭୋଜନ ଆରମ୍ଭ କରିଥିଲେ। ପ୍ରଧାନଶିକ୍ଷକଙ୍କ କହିବା ପ୍ରକାରେ ଛାତ୍ରଛାତ୍ରୀମାନେ ଆଉ ଖାଦ୍ୟ ନ ଖାଇ ଉଠିଯାଇଥିଲେ। ପରେ ସେମାନଙ୍କୁ ବିସ୍କୁଟ ଖାଇବାକୁ ଦିଆଯାଇଥିଲା। ଖବରପାଇ ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ପ୍ରମୋଦ କୁମାର ମାନସେଠ୍‌ ସ୍କୁଲରେ ପହଞ୍ଚି ଅଭିଭାବକମାନଙ୍କୁ ଡକାଇଥିଲେ। କାଳେ କେହି ଅସୁସ୍ଥ ଅନୁଭବ କରିବେ ତାହା ପୂର୍ବରୁ ପ୍ରଧାନଶିକ୍ଷକ ଓ ଅଭିଭାବକମାନେ ଖାଦ୍ୟ ଆରମ୍ଭ କରିଥିବା ଛାତ୍ରୀଛାତ୍ରଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇକ ପ୍ରାଥମିକ ଚିକିତ୍ସା କରାଇଥିଲେ। ତେବେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଡା. ଜ୍ୟୋତି ପ୍ରକାଶ ବିଶ୍ୱାଳ ପ୍ରକାଶ କରିଛନ୍ତି। ପାଚିକାମାନେ ଯେଭଳି ସତର୍କ ରହି ମଧ୍ୟାହ୍ନ ଭୋଜନ ରୋଷେଇ କରିବେ ସେଥିପ୍ରତି ପ୍ରଧାନ ଶିକ୍ଷକ ଗୁରୁତ୍ୱ ଦେବାକୁ ଅଭିଭାବକମାନେ କହିଛନ୍ତି।