ମଧ୍ୟାହ୍ନ ଭୋଜନରେ ପଚାଅଣ୍ଡା, ଝିଟିପିଟି: ଧର୍ମଶାଳା ବ୍ଲକର ୨ ସ୍କୁଲର ୫୦ ପିଲା ଅସୁସ୍ଥ

ଧର୍ମଶାଳା, ୧୬।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ୨ଟି ସ୍କୁଲର ମଧ୍ୟାହ୍ନଭୋଜନ ଖାଇ ୫୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି। ବ୍ଲକ ଅନ୍ତର୍ଗତ ସିବନ୍ତପୁର ଉପ୍ରା ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ୩୦ ପିଲା ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଖାଦ୍ୟରେ ଝିଟିପିଟି ପଡ଼ିଥିବା ଯୋଗୁ ଏପରି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେହିପରି ବମ୍ଫୁ ଉପ୍ରା ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପଚାଅଣ୍ଡା ଖାଇ ୨୦ ଜଣ ପିଲା ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ମଧ୍ୟ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ପ୍ରାଥମିକ ଚିକିତ୍ସା ପରେ ୪୦ ପିଲା ସୁସ୍ଥ ଥିବା ବେଳେ ୧୦ ଜଣ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

Share