ବେଙ୍ଗାଲୁରୁ,୬।୧୧: କର୍ନାଟକରେ ଏକ ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ବୁଧବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଚିତ୍ରଦୁର୍ଗାଠାରେ ଥିବା ସ୍କୁଲର ୧୨୫ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ଖାଦ୍ୟ ଖାଇବା ପରେ କିଛି ଛାତ୍ରୀଛାତ୍ରଙ୍କ ମୁଣ୍ଡ ବୁଲାଇ ବାନ୍ତି ହେବା ସହିତ ପେଟରେ ଯନ୍ତ୍ରଣା ହୋଇଥିଲା। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏତେ ସଂଖ୍ୟକ ପିଲାଙ୍କ ପାଇଁ ହସ୍ପିଟାଲରେ ଶଯ୍ୟା ନ ଥିବାରୁ କେତେକଙ୍କୁ ତଳେ ଶୋଇବାକୁ ପଡ଼ିଥିବା କୁହାଯାଉଛି।