ମଧ୍ୟାହ୍ନ ଭୋଜନ ତଦାରଖ କଲେ ବ୍ଲକ ଅଧକ୍ଷା, ବିଡ଼ିଓ

ଶେରଗଡ,୨୪ା୭(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ବାଦୁଆ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଯାଇ ବୁଧବାର ଶେରଗଡ଼ ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ବ୍ଲକ ଅଧକ୍ଷା ସାରସ ସ୍ବାଇଁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ତଦାରଖ କରିଥିଲେ। ଛାତ୍ରୀଛାତ୍ର ମାନେ ମଧ୍ୟାହ୍ନ ଭୋଜନ ଖାଉଥିବାବେଳେ ପହଞ୍ଚତ୍ ମାନ ଯାଞ୍ଚ କରିବା ସହ ଛାତ୍ରୀଛାତ୍ରଙ୍କୁ ପଚାରି ବୁଝିଥିଲେ। ଏନେଇ ଶିକ୍ଷକଙ୍କ ସହ କଥା ମଧ୍ୟ ହୋଇଥିଲେ। ସିଆର୍‌ସିସି ବିଷ୍ଣୁ ଚରଣ ମିଶ୍ର ଉପସ୍ଥିତ ଥିବାବେଳେ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ସନ୍ତୋଷ କୁମାର ପଟ୍ଟନାୟକ, ଅରୁଣ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share