Categories: ଫୁରସତ

ମନକଥା ଲେଖିଲେ ଦୂର ହେବ ଅବସାଦ

ମନ କଥା ଲେଖିବା ଅଭ୍ୟାସ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାଦ୍ୱାରା ଚ୍ୟାଲେଞ୍ଜପୂର୍ଣ୍ଣ କାମକୁ ଉନ୍ନତ ଢ଼ଙ୍ଗରେ କରିବାକୁ ଶକ୍ତି ମିଳିଥାଏ। ଆମେରିକା ମିଶିଗାନ୍‌ ୟୁନିଭର୍ସିଟିରେ ହୋଇଥିବା ଏକ ଗବେଷଣାରୁ ଏହି ଦାବି କରାଯାଇଛି। ଗବେଷକଙ୍କ ଅନୁସାରେ, ଯେଉଁ ବ୍ୟକ୍ତି ନିଜ ଭାବନାକୁ ଯେତିକି କୁଶଳତାରେ ବ୍ୟକ୍ତ କରିପାରେ, ସେ ସେତିକି ନିଜ କାମରେ ଆସୁଥିବା ଚ୍ୟାଲେଞ୍ଜ୍‌ର ସାମ୍ନା କରିପାରେ। ଏହି ଲେଖନୀ ଅଭ୍ୟାସ ଅବସାଦକୁ ଦୂର କରିଥାଏ ଏବଂ ଲୋକଙ୍କ ମନକୁ ସମ୍ପୂର୍ଣ୍ଣ ଭାବେ କାମରେ ଲଗାଇଥାଏ। ତେଣୁ ଡାଏରି ଲେଖିବା ସ୍ବାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ। ସୀମାରେ ଥିବା ଯବାନ୍‌ଙ୍କ ଅବସାଦ ଦୂର ପାଇଁ ଏହି ଉପାୟ ସବୁଠୁ ଶ୍ରେୟସ୍କର ବୋଲି ବିବେଚିତ କରାଯାଏ।

Share