ମନକୁ ହାଲକା କରିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ବିଭିନ୍ନ ସମସ୍ୟା ଯୋଗୁ ମନ ବେଳେବେଳେ ଭାରାକ୍ରାନ୍ତ ହୋଇଯାଇଥାଏ। ମାନସିକ ଅବସ୍ଥାର ସାଧାରଣ ସ୍ଥିତି ଫେରାଇ ଆଣିବାରେ ଭାବର ଆଦାନପ୍ରଦାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବନ୍ଧୁ ବାନ୍ଧବଙ୍କ ସହିତ କଥାବାର୍ତ୍ତା ହେଲେ ମନର ବୋଝ ହାଲକା ହୋଇଯାଇଥାଏ। ସେହିପରି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଦ୍ୱାରା ମଧ୍ୟ ମନର ବୋଝ ହାଲକା ହେବା ସହିତ ମାନସିକ ଅବସ୍ଥାରେ ସନ୍ତୁଳନ ଆସିଥାଏ। କର୍ମକ୍ଷେତ୍ରରେ କାର୍ଯ୍ୟର ଚାପଯୋଗୁ ବିଭିନ୍ନ ଶାରିରୀକ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ପୂର୍ବରୁ ଆକଳନ କରାଯାଉଥିଲା। ଏହି ନୂତନ ଅନୁଧ୍ୟାନରୁ ମିଳିଥିବା ତଥ୍ୟ ଅନୁସାରେ କର୍ମକ୍ଷେତ୍ରରେ ମାନସିକ ଚାପ ସୃଷ୍ଟି ହେବା ପରିବର୍ତ୍ତେ ହ୍ରାସ ପାଇଥାଏ ବୋଲି ବୋଲି ଲଣ୍ଡନ ସୁରୀ ବିଶ୍ୱ ବିଦ୍ୟାଳୟ ଅଧୀନରେ କାର୍ଯ୍ୟ କରୁଥିବା କିଙ୍ଗସ୍‌ କଲେଜର ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ଭାବର ଆଦାନପ୍ରଦାନ ଯୋଗୁ କାମ ଭଲ ହୋଇଥାଏ ଓ ମାନସିକ ଅବସ୍ଥା ସୁଧୁରି ଯାଇଥାଏ। ଏହି ମର୍ମରେ ଗବେଷକ ୫୦୦ କର୍ମଚାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସେମାନେ ଦେଇଥିବା ଉତ୍ତର ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଗପସପ କରିଥାନ୍ତି। ତେଣୁ ମହିଳାମାନେ ତୁଳନାତ୍ମକ ଭାବେ ଅଧିକ ସୁସ୍ଥ ରହିଥାନ୍ତି ବୋଲି ଗବେଷକ ସୂଚିତ କରିଛନ୍ତି।

Share