ସୁଗନ୍ଧର ପ୍ରଭାବ ସିଧାସଳଖ ମସ୍ତିଷ୍କ ଉପରେ ପଡ଼ିଥାଏ। ଏହାଦ୍ୱାରା ବହୁ ଉପକାର ହୋଇଥାଏ। ଏହି ପଦ୍ଧତିକୁ ଏରୋମା ଥେରାପି କୁହାଯାଏ। ଏହା ମାନସିକ ଅବସାଦ ଦୂର କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଶୋଇବା ସମୟରେ ଶେଯ ପାଖରେ ସୁଗନ୍ଧିତ ଫୁଲ ରଖି ଶୋଇଲେ ସୁଖନିଦ୍ରା ହୋଇଥାଏ। ଏହାର ପ୍ରଭାବରେ ରକ୍ତ ସଞ୍ଚାଳନ ସ୍ବାଭାବିକ ହେବା ସହିତ ହାର୍ଟଆଟାକ୍ ଆଶଙ୍କା ଦୂର ହୋଇଥାଏ। ଏରୋମା ଥେରାପି ମନକୁ ହାଲକା କରିବା ଯୋଗୁ ମାନସିକ ଶାନ୍ତି ମିଳେ। ଫଳରେ ଶରୀରର ହରମୋନ୍ସ୍ତର ନିୟନ୍ତ୍ରିତ ହୋଇ ରକ୍ତ ଶର୍କରାସ୍ତର ସ୍ବାଭାବିକ ରୁହେ। ଏହା ଦ୍ୱାରା ଡାଇବେଟିସ୍ ହେବାର ଆଶଙ୍କା ହ୍ରାସ ପାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।