Categories: ଜାତୀୟ

ମନଦେଇ ଶୁଣିଲେ ‘ମନ୍‌ କି ବାତ୍‌’

ନୂଆଦିଲ୍ଲୀ,୩୦।୬: ପାଖାପାଖି ଦୁଇ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ ପୁଣିଥରେ ରବିବାର ପ୍ରଚାରିତ ହୋଇଛି। ତେବେ ଏହି କାର୍ଯ୍ୟକ୍ରମକୁ ମନଦେଇ ଶୁଣିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା ତଥା କେତେଜଣ ଭାଜପା ନେତା। ଦିଲ୍ଲୀର ଦ୍ୱାରକାରେ ଥିବା କୋକରୋଲା ଷ୍ଟାଡିୟମରେ ଶାହ ଭାଜପା ନେତା ମନୋଜ ତିଓ୍ବାରୀଙ୍କ ସହ ଏହି କାର୍ଯ୍ୟକ୍ରମକୁ ଶୁଣିଥିବା ବେଳେ ଯୋଗୀ ଆଦିତ୍ୟନାଥ ମୋରଦାବାଦରେ ଏହାକୁ ଟ୍ୟୁନ କରିଥିଲେ। ସେହିପରି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ମଧ୍ୟ ଏହି କାର୍ଯ୍ୟକ୍ରମକୁ ଶୁଣିଥିଲେ।

Share