Categories: ବାଣିଜ୍ୟ

ମନମୋହନଙ୍କ ସମୟରେ ବ୍ୟାଙ୍କ ସ୍ଥିତି ଅତ୍ୟନ୍ତ ବିଗିଡ଼ିଛି: ସୀତାରାମନ

ନୂଆଦିଲ୍ଲୀ,୧୭-୧୦: ପୂର୍ବତନ ପ୍ରଧାମନ୍ତ୍ରୀ ମନମୋହନ ସିଂ ଏବଂ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କ ସମୟରେ ଦେଶର ବ୍ୟାଙ୍କଗୁଡିକର ସ୍ଥିତି ଅତ୍ୟନ୍ତ ବିଗିଡିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବୁଧବାର କହିଛନ୍ତି। କଲମ୍ବିଆ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ସ୍ଥିତିରେ ଉନ୍ନତି ଆଣିବା ସରକାରଙ୍କ ପ୍ରମୁଖ କାର୍ଯ୍ୟ ହେବ। ରଘୁରାମ ରାଜନଙ୍କୁ ଜଣେ ସ୍କଲାର ଭାବେ ସେ ସମ୍ମାନ କରନ୍ତି। ମାତ୍ର ରାଜନ ଗଭର୍ନର ଥିବା ବେଳେ ରାଜନେତାଙ୍କ ଫୋନ କଲ୍‌ରେ ଋଣ ମଞ୍ଜୁର ହେଉଥିଲା ଯାହାର ଫଳ ଆଜି ବ୍ୟାଙ୍ଗଗୁଡିକ ଭୋଗୁଛନ୍ତି।

Share