Categories: ଫୁରସତ

ମନରେ ସକାରାତ୍ମକ ଚିନ୍ତାଧାରା ପାଇଁ କରନ୍ତୁ ଏପରି…

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ ଆନ୍ଦୋଳିତ କରିଥାଏ । ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା ଜାଣିବାର ଆବଶ୍ୟକତା ରହିଛି । ନିଜକୁ ବିଶ୍ଲେଷଣ କଲେ ମନରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହେବାର ସମ୍ଭାବନା ଅଧିକ । ପ୍ରଥମେ ନିଜର କ୍ଷମତା ଓ ଦକ୍ଷତାର ଆକଳନ କରି ଭବିଷ୍ୟତ ଯୋଜନାରେ ଆଗକୁ ବଢ଼ିଲେ ସଫଳତା ମିଳିଥାଏ ବୋଲି ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ନିଜକୁ ବିଶ୍ଲେଷଣ କରିବା ପ୍ରକ୍ରିୟାକୁ ଆତ୍ମନିରୀକ୍ଷଣ କୁହାଯାଇଥାଏ । ଏହା ଦ୍ୱାରା ନିଜ ମଧ୍ୟରେ କେଉଁ ଗୁଣ କମ୍‌ ରହିଛି ତାହା ସହଜରେ ଧରା ପଡିଯାଏ ଓ ଜୀବନରେ ସଫଳତା ମିଳିଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

Share