ମନଲୋଭା କେନ୍ଦୁଝରର ବଡ଼ି

କେନ୍ଦୁଝର, ୨୫ା୭(ଦୀପକ ମିଶ୍ର): କେନ୍ଦୁଝରର ଓଡ଼ିଶା ପ୍ରସିଦ୍ଧ ବଡ଼ି କଥା କିଏ ନ ଜାଣେ। ଏହି ବଡିକୁ ନେଇ ଆଦର ବଢୁଥିଲେ ମଧ୍ୟ ସେପରି ଭାବେ ସରକାରୀ ଭାବେ ପ୍ରୋତ୍ସାହନ ମିଳୁନାହିଁ। କେନ୍ଦୁଝରରେ ଏହା ପାଇଁ ଏକ ସ୍ବତନ୍ତ୍ର ବଜାର ଟିଏ କରାଗଲେ ବହୁ ଲୋକ ଜାଣିପାରନ୍ତେ। କେନ୍ଦୁଝରରେ ପ୍ରସ୍ତୁତ ହେଉଥିବା ବଡି ସାଧାରଣତଃ ବେଶ ସ୍ବାଦିଷ୍ଟ ବୋଲି ଏଇଥି ପାଇଁ ସମସ୍ତଙ୍କ ରୁଚି ରହିଥିବାବେଳେ ଏହାର ମୁଖ୍ୟ କାରଣ ହେଉଛି କେନ୍ଦୁଝରର ଜଳବାୟୁ। ଶୀତ ଦିନରେ ଏହି ବଡିଗୁଡିକ ଅଧିକ ସ୍ବାଦିଷ୍ଟ ଓ ଖାଇବା ଉପଯୋଗୀ ହୋଇଥାଏ।
କେବଳ ଓଡିଶା କାହିଁକି ଅନ୍ୟ ରାଜ୍ୟରେ ମଧ୍ୟ କେନ୍ଦୁଝରର ବଡି ବେଶ ପ୍ରସିଦ୍ଧିଲାଭ କରିଛି। ତେବେ ବିଭିନ୍ନ କିସମର ବଡି ରହିଛି। ଫୁଲବଡି, କଖାରୁ ବଡି, ମଞ୍ଜି ବଡି, ବାଦାମ ବଡି ପ୍ରଭୃତି। ତେବେ ଅନେକ କିସମର ବଡି ଥିଲେ ମଧ୍ୟ ଫୁଲବଡିର ସ୍ବତନ୍ତ୍ର ଆଦର ରହିଛି। ଫୁଲବଡି ପାଇଁ କେନ୍ଦୁଝରର ପାହାଡିଆ ଅଞ୍ଚଳରେ ପ୍ରସ୍ତୁତ ପେଜୁଆ ବିରି ଓ ଖସା ପ୍ରସ୍ତୁତ ହୋଇଥାଏ। ପୂର୍ବଦିନ ରାତିରୁ ବିରିକୁ ଭିଜାଯାଇ ସକାଳେ ତାକୁ ଶିଳରେ ବାଟି ମହିଳାମାନଙ୍କ ଦ୍ୱାରା ସେହି ବଟା ଯାଇଥିବା ଅଂଶକୁ ଭଲଭାବେ ଫେଣାଯାଇ ଗୋଟିଏ ଶକ୍ତ କପଡାରେ ରଖାଯାଇଥାଏ। କପଡାର ମଝି ଅଂଶଟି କଣା ହୋଇଥିବାବେଳେ ପୂର୍ବରୁ ସଫା କରାଯାଇ ରଖାଯାଇଥିବା ଖସା ଉପରେ ତାକୁ ଫୁଲ ଆକାରରେ ମଡା ଯାଇ ବଡି ପ୍ରସ୍ତୁତ କରାଯାଇଥାଏ। ସେହିପରି କଖାରୁ ବଡିରେ ପାଣି କଖାରୁର ସସ ଓ ବଟା ବିରିକୁ ମିଶ୍ରଣ କରାଯାଇ ତାକୁ କେବଳ ଯେ କୌଣସି ବାଉଁଶ ନିର୍ମିତ ଖଟିଆରେ ଶୁଖା ଯାଇଥାଏ। ମଞ୍ଜି ବଡିରେ କଖାରୁର ମଞ୍ଜି ଓ ବିରିବଟାକୁ ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଇଥାଏ। ବାଦାମ ବଡିରେ ବିରିବଟା ଓ ବାଦାମର ମିଶ୍ରଣ ହୋଇଥାଏ।
କେନ୍ଦୁଝର ପୁରୁଣା ସହରଠାରୁ ଆରମ୍ଭ କରି ଆଟୋପୁର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ବର୍ଷ ସାରା ବଡି ବ୍ୟବସାୟ କରାଯାଉଥିବାବେଳେ ଅନ୍ୟ ଅଞ୍ଚଳରେ ମଧ୍ୟ ବଡିର ବ୍ୟବସାୟ ରହିଛି। କେନ୍ଦୁଝରକୁ ଆସୁଥିବା ବିଭିନ୍ନ ବ୍ୟକ୍ତିବିଶେଷ ଏହି ବଡିକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଥିବାବେଳେ କେନ୍ଦୁଝର ମାର୍କେଟଠାରୁ ଆରମ୍ଭ କରି ବଳଦେବଜୀଉଙ୍କ ମନ୍ଦିର ଯିବା ରାସ୍ତାରେ ବଡି ବିକ୍ରୟ କରାଯାଇଥାଏ। ତେବେ ବଡି ପାଇଁ ସ୍ବତନ୍ତ୍ର ବଜାର ନ ଥିବାବେଳେ ଏହାର ବ୍ୟାପକ ପ୍ରଚାର ପ୍ରସାର ହୋଇପାରୁନାହିଁ। ଗତ କିଛିବର୍ଷ ତଳେ କେନ୍ଦୁଝର ସହର ଉପକଣ୍ଠ ଡିମ୍ବୋର ତେନ୍ତୁଳିନଣ୍ଡାଠାରେ ଏକ ବଡ଼ି ପ୍ରକ୍ରିୟାକରଣ ୟୁନିଟ୍‌ ଖୋଲାଯାଇଥିଲେ ମଧ୍ୟ ତାହା ଏବେ ସଙ୍କଟଘେରରେ। ବଡି ପାଇଁ ସ୍ବତନ୍ତ୍ର ବଜାର ରହିବା ସହିତ ଏହାର ବ୍ୟାପକ ପ୍ରଚାର ପ୍ରସାର କରାଗଲେ ବହୁ ଲୋକ ଏହାଦ୍ୱାରା ଉପକୃତ ହୋଇପାରନ୍ତେ। କେନ୍ଦୁଝରର ମହିଳାମାନେ ବଡି ପ୍ରସ୍ତୁତ ଓ ବିକ୍ରୟ କରି ଆର୍ଥିକ ସ୍ବାବଲମ୍ବୀ ହୋଇପାରୁଥିବାବେଳେ ସମବାୟ ସଂସ୍ଥା ମାଧ୍ୟମରେ ଏଥିପାଇଁ ଋଣ ପ୍ରଦାନଠାରୁ ଆରମ୍ଭ କରି ଅନ୍ୟ ସହାୟତା ଯୋଗାଇବାକୁ ସେମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri