Categories: ଖେଳ

ମନୀଷ ପାଣ୍ଡେଙ୍କ ବିବାହ ଭୋଜିରେ ଧୂମ୍‌ ନାଚିଲେ ଯୁବରାଜ

ମୁମ୍ବାଇ,୫।୧୨: କ୍ରିକେଟର୍‌ ମନୀଷ ପାଣ୍ଡେ ନିଜ ପ୍ରେମିକା ତଥା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ମୁମ୍ବାଇର ଏକ ଦ ଲୀଲା ରିସେପ୍ସନ୍‌ ପାର୍ଟି ଦେଇଛନ୍ତି। ଏହି ପାର୍ଟିରେ ଭାରତୀୟ କ୍ରିକେଟ ଦଳର ଅଧିକାଂଶ ସଦସ୍ୟ, ବଲିଉଡ୍‌ ଏବଂ ସାଉଥ୍‌ ସିନେ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ମନୀଷ ପାଣ୍ଡେଙ୍କ ଭୋଜିରେ ଯୋଗଦେଇ ଭାଙ୍ଗ୍‌ଡା ନୃତ୍ୟ କରିଥିଲେ। ଏହାସହ ନବବବାହିତ ଯୋଡିଙ୍କୁ ମଧ୍ୟ ଖୁବ୍‌ ନଚାଇଥିଲେ। ବିବାହ ସରିବା ମାତ୍ରେ ମନୀଷ ଭାରତୀୟ ଦଳ ସହ ଯୋଗଦେବେ। କାରଣ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ମନୀଷଙ୍କୁ ଦଳରେ ଚୟନ କରାଯାଇଛି। ତେଣୁ ବ୍ୟସ୍ତ କାର୍ଯ୍ୟକ୍ରମ ମଧ୍ୟରେ ସେ ହନିମୁନ ଯାଇପାରିବେ ନାହିଁ ବୋଲି ଜଣପାଡିଛି। ମନୀଷଙ୍କ ନେତୃତ୍ୱରେ କର୍ନାଟକ ଏଥର ସୟଦ ମୁସ୍ତାକ ଅଲୀ ଟି-୨୦ ଚାମ୍ପିୟନ କରାଇଥିବା ହୋଇଛି। ଏହି ଟୁର୍ନାମେଣ୍ଟ ଶେଷ ହେବାର ୧୨ ଘଣ୍ଟା ଭିତରେ ସେ ଆଶ୍ରିତାଙ୍କୁ ନିଜର ଜୀବନସାଥୀ କରିଛନ୍ତି। ଆଶ୍ରିତା ତାମିଲ ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ। ସେ ଇନ୍ଦ୍ରଜିତ୍‌, ଉଧୟମ, ଏନଏଚ-୪ ସମେତ ୫ଟି ଫିଲ୍ମରେ ଅଭିନୟ କରିଛନ୍ତି।

Share