ମନେପଡ଼ିଲେ କଳ୍ପନା

ଢେଙ୍କାନାଳ ଅଫିସ, ୨୩।୫-ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶନିବାର ପାଳିତ ହୋଇଯାଇଛି। ଢେଙ୍କାନାଳର ଏହି ସାହସୀ ଝିଅ ସର୍ବଦା ଯୁବଗୋଷ୍ଠୀଙ୍କ ପ୍ରେରଣା ହୋଇ ରହିବେ। ସାହସିକତା ତାଙ୍କୁ ସବୁଦିନ ଲାଗି ଅମର କରି ରଖିବ ବୋଲି ମତପ୍ରକାଶ ପାଇଥିଲା। ଏହି ଉପଲକ୍ଷେ ସନ୍ଧ୍ୟା ୬ଟାରେ ସ୍ଥାନୀୟ ଶ୍ରୀବଳରାମଜୀଉ ମନ୍ଦିର ନିକଟ ବଜରଙ୍ଗ କ୍ଲବ ଗୃହରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କଳ୍ପନାଙ୍କ ସ୍ମୃତିରେ ପ୍ରତିବର୍ଷ ମହିଳାଙ୍କୁ ନେଇ ରକ୍ତଦାନ ଶିବିର କରାଯିବ। ଏଥିସହ ସହରରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ଲାଗି ପ୍ରଶାସନକୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସଭାପତି ଅମରେନ୍ଦ୍ର ସାମଲ, ସମ୍ପାଦକ ଶୁଭେନ୍ଦୁ ଷଡ଼ଙ୍ଗୀ, ସନ୍ଦୀପ ହିଣ୍ଡୋଚା, ଗୌରୀଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ।