ମନେପଡ଼େ ପିଲାଦିନ

ବଲିଉଡ୍‌ର ଅନ୍ୟତମ ଆଗଧାଡ଼ି ନାୟକା ଭାବରେ କରୀନା କପୁର ବେଶ୍‌ ପରିଚିତ। ତାଙ୍କର ପିଲାଦିନ କିପରି କଟିଥିଲା ଏ ସମ୍ପର୍କରେ ନିକଟରେ ଏକ କାର୍ଯ୍ୟକ୍ରମରେ ସେ ସୂଚନା ଦେଇଥିଲେ। ସେ କହିଥିଲେ, ”ସମସ୍ତେ ଭାବନ୍ତି ଆମେ କପୁର ପରିବାରରୁ ଆସିଛୁ। ପିଲାଦିନ ଆମର ବେଶ୍‌ ସ୍ମରଣୀୟ ହୋଇଥିବ। କିନ୍ତୁ ସେହି ସମୟ କିପରି କଟିଥିଲା ତାହା ଏବେ ମନେପଡ଼ିଲେ ଆଖିକୁ ଲୁହ ଚାଲିଆସେ। ମୋ ବଡ଼ ଭଉଣୀ ଲୋଲୋ (କରିସ୍ମା) କଲେଜରେ ପଢ଼ିବା ସମୟରେ ଲୋକାଲ ଟ୍ରେନ୍‌ରେ ଯିବାଆସିବା କରୁଥିଲା। ଆମ ପାଖରେ କାର୍‌ ଥିଲା ସତ, ହେଲେ ଜଣେ ଡ୍ରାଇଭର ରଖିବା ସେତେବେଳେ ଆମ ପକ୍ଷେ ସମ୍ଭବ ନ ଥିଲା। ମୁଁ ମଧ୍ୟ ସ୍କୁଲରେ ପଢ଼ିବା ବେଳେ ସ୍କୁଲ ବସ୍‌ରେ ଯିବାଆସିବା କରୁଥିଲି। ତା’ପରେ ସମୟ ଆଣି ଆମକୁ କେଉଁଠି ପହଞ୍ଚାଇଛି ତାହା ସମସ୍ତେ ଜାଣନ୍ତି।“ ସୂଚନାଯୋଗ୍ୟ, କରୀନା-ଅକ୍ଷୟ କୁମାର ଅଭିନୀତ ‘ଗୁଡ୍‌ ନ୍ୟୁଜ୍‌’ ନିକଟରେ ରିଲିଜ ହୋଇ ଭଲ ବିଜ୍‌ନେସ କରୁଛି।

Share