ମନେ ପକାନ୍ତି ତାପସୀ

ତାପସୀ ପାନ୍ନୁ ଏବେ ତାଙ୍କ ବଲିଉଡ୍‌ କ୍ୟାରିୟରର ପୁରୁଣା ଦିନକୁ ମନେ ପକାଉଛନ୍ତି। ହିନ୍ଦୀ ସିନେମାରେ ଅଭିନୟ କରିବା ପୂର୍ବରୁ ସେ ତାମିଲ ଏବଂ ତେଲୁଗୁ ଫିଲ୍ମରେ ଅଭିନୟ କରିଥିଲେ। ହେଲେ ସେଠାରେ ଭାଗ୍ୟ ତାଙ୍କର ସାଥ୍‌ ଦେଇ ନ ଥିଲା। ସେତେବେଳେ ସେଠାକାର କେତେକ ଫ୍ଲପ ଅଭିନେତାଙ୍କ ଅପୋଜିଟ୍‌ରେ ତାଙ୍କୁ କାଷ୍ଟିଂ କରାଯାଇଥିଲା। ୨୦୧୩ରେ ତାଙ୍କୁ ପ୍ରଥମେ ବଲିଉଡ୍‌ରେ ବ୍ରେକ୍‌ ମିଳିଥିଲା। ଫିଲ୍ମଟି ଥିଲା ‘ଚସମେ ବଦ୍ଦୁର’। ପରବର୍ତ୍ତୀ ସମୟରେ ସେ ଅକ୍ଷୟ କୁମାରଙ୍କ ସହ ‘ବେବି’ରେ ଅଭିନୟ କରିଥିଲେ, ଯାହା ତାଙ୍କୁ ବେଶ୍‌ ମାଇଲେଜ ଦେଇଥିଲା। ଅବଶ୍ୟ ଏବେ ସେହି ସମୟ ନାହିଁ। ତାମିଲ ଏବଂ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଜଣେ ଆଗଧାଡ଼ିର ଅଭିନେତ୍ରୀ। ବଲିଉଡ୍‌ର ନିଜ କ୍ୟାରିୟରକୁ ଆହୁରି ଆଗେଇ ନେବାକୁ ବେଶ୍‌ ସତର୍କତାର ସହ ପାଦ ପକାଇବେ ବୋଲି କହନ୍ତି ତାପସୀ।

Share