Categories: ଜାତୀୟ

ମନେ ପଡନ୍ତି ବାପୁ

ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଗୁରୁବାର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଗାନ୍ଧିଜୀ ଏକମାତ୍ର ବ୍ୟକ୍ତିତ୍ୱ ଯାହାଙ୍କ କଥାରେ ବିଶ୍ୱକୁ ଏହ ନୂଆ ଦିଗ ମିଳିଥିଲା। ତାଙ୍କର ପ୍ରତିଟି ବାକ୍ୟଥିଲା ପ୍ରେରଣାଦାୟୀ। ସେ ଜାତିଭେଦ ସହ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସେ କହୁଥିଲେ ମଣିଷ ଯେମିତି ଚିନ୍ତା କରେ ସେମିତି ଗଢି ହୋଇଥାଏ। ଅର୍ଥାତ୍‌ ମଣିଷର ଚିନ୍ତାଧାରା ହିଁ ତା’ର ବ୍ୟକ୍ତିତ୍ୱକୁ ଗଢିଥାଏ। ସେ କହୁଥିଲେ ଭଲ କଥାର ଅନୁକରଣ ନିଜେ ପ୍ରଥମେ କରିବା ଉଚିତ୍‌ ଏହାପରେ ଅନ୍ୟମାନଙ୍କୁ ଭଲକଥା କହିବାକୁ ବା ଭଲକାମ କରିବାକୁ ପ୍ରେରଣା ଦେବା ଠିକ୍‌। ସତ୍ୟ ପାଇଁ କୌଣସି ଜନ ସମର୍ଥନର ଆବଶ୍ୟକ ନାହିଁ। କାରଣ ସତ୍ୟର ଏତେ ଶକ୍ତି ଅଛି ଯେ ସେ ସମସ୍ତ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଣ୍ଡ ଟେକି ଏକେଲା ଠିଆ ହୋଇ ପାରିବ। ଗାନ୍ଧିଜୀଙ୍କ ହି କଥା ପ୍ରମାଣ ଦିଏ ସତ୍ୟ ଚିନ୍ତାରେ ପକାଇ ପାରେ ହେଲେ କେବେ ପରାଜିତ ହୁଏ ନାହିଁ।

Share