Categories: ଜାତୀୟ

ମନୋଜ ଆହୁଜା ସିବିଏସ୍‌ଇ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୧୩ା୫: ୧୯୯୦ ଓଡ଼ିଶା କ୍ୟାଡର୍‌ର ଆଇଏଏସ୍‌ ଅଫିସର ମନୋଜ ଆହୁଜା ସିବିଏସ୍‌ଇ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ସେ ଲାଲ୍‌ ବାହାଦୁର ଶାସ୍ତ୍ରୀ ନ୍ୟାଶନାଲ ଏକାଡେମି ଅଫ୍‌ ଆଡ୍‌ମିନିଷ୍ଟ୍ରେଶନର ସ୍ବତନ୍ତ୍ର ନିର୍ଦ୍ଦେଶକ ଥିଲେ। ସେହିଭଳି ତାଙ୍କ ସ୍ତ୍ରୀ ଆରତି ଆହୁଜା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ପୂର୍ବରୁ ସେ ଓଡ଼ିଶା ସ୍ବାସ୍ଥ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ। ସିବିଏସ୍‌ଇ ଅଧ୍ୟକ୍ଷ ପଦରେ ଥିବା ଅନୀତା କର୍‌ଓ୍ବାଲଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଗଣଶିକ୍ଷା ଓ ସାକ୍ଷରତା ବିଭାଗର ସଚିବ ଭାବେ କିଛିଦିନ ପୂର୍ବରୁ ବଦଳି କରାଯାଇଥିଲା।

Share