Categories: ଜାତୀୟ

ମନୋଜ ତିଓ୍ବାରୀଙ୍କୁ ନୋଟିସ୍‌ ଜାରି: ଲୋକାୟୁକ୍ତଙ୍କ ପାଖରେ ହେବେ ହାଜର

ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରୀଙ୍କୁ ନୋଟିସ୍‌ ଜାରି ହୋଇଛି। ନୋଟିସ୍‌ ଅନୁସାରେ ଜୁଲାଇ ୩୦ରେ ସେ ଦିଲ୍ଲୀ ଲୋକାୟୁକ୍ତଙ୍କ ପାଖରେ ହାଜର ହେବେ। ଶ୍ରେଣୀ ଗୃହ ନିର୍ମାଣ ମାମଲାରେ ସେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ୍‌ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର କୁମାର ଜୈନଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଏନେଇ ଲୋକାୟୁକ୍ତଙ୍କ ପକ୍ଷରୁ ମନୋଜଙ୍କୁ ନୋଟିସ୍‌ ଜାରି କରାଯାଇଥିବା କୁହାଯାଉଛି।

Share