Categories: ଜାତୀୟ

ମନୋଜ ମୁକୁନ୍ଦ ହେବେ ସେନାମୁଖ୍ୟ

ନୂଆଦିଲ୍ଲୀ,୧୭ା୧୨-ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଭନେ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ହେବାକୁ ଯାଉଛନ୍ତି। ସେ ଏବେ ସୈନ୍ୟବାହିନୀରେ ଉପମୁଖ୍ୟ ଅଛନ୍ତି। ବର୍ତ୍ତମାନର ସେନାଧ୍ୟକ୍ଷ ବିପିନ ରାଓ୍ବତ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ। ସେନା ଉପମୁଖ୍ୟ ଭାବେ ଗତ ସେପ୍ଟେମ୍ବରରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ମନୋଜ ମୁକୁନ୍ଦ ଇଷ୍ଟର୍ନ କମାଣ୍ଡ ମୁଖ୍ୟ ଥିଲେ। ଉକ୍ତ ବାହିନୀ ଚାଇନା ସହ ଥିବା ଭାରତର ପାଖାପାଖି ୪୦୦୦ କିଲୋମିଟର ସୀମାକୁ ଜଗିଥାଏ। ଜେନେରାଲ ମନୋଜ ମୁକୁନ୍ଦ ତାଙ୍କର ୩୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ସେ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରୀୟ ରାଇଫଲ୍ସ ବାଟାଲିୟନର ନେତୃତ୍ୱ ମଧ୍ୟ ନେଇଥିଲେ। ଏଥିସହିତ ଇଷ୍ଟର୍ନ ଫ୍ରଣ୍ଟର ଇନଫାଣ୍ଟ୍ରି ବ୍ରିଗେଡ ମଧ୍ୟ ଥିଲେ। ଶ୍ରୀଲଙ୍କାରେ ଭାରତୀୟ ଶାନ୍ତି ବାହିନୀରେ ସେ ସାମିଲ ହୋଇଥିଲେ। ସେ ଜାତୀୟ ପ୍ରତିରକ୍ଷା ଏକାଡେମୀ ଓ ଭାରତୀୟ ମିଲିଟାରୀ ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ।

Share