ମନୋଜ ରଥଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ନରସିଂହ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ପୁରୀ ଗୋବର୍ଦ୍ଧନ ପୀଠର ମୁଖପାତ୍ର ବୋଲାଉଥିବା ମନୋଜ ରଥଙ୍କ ବିରୋଧରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ନରସିଂହ କହିଥିଲେ ଯେ, ରଥ ମୋ ବିରୋଧରେ ଏକ ଗଣମାଧ୍ୟମରେ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ଏପରିକି ସେ ମୋତେ ପରୋକ୍ଷ ଧମକ ମଧ୍ୟ ଦେଇଛନ୍ତି। ଏହା ଅତ୍ୟନ୍ତ ସଙ୍ଗିନ ମାମଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଦିଆଯାଉବୋଲି ନରସିଂହ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲୋ। ବାଚସ୍ପତି ଏହାକୁ ପରୀକ୍ଷା ନିରୀକ୍ଷା କରିବା ପରେ ଗୃହକୁ ଅବଗତ କରାଇବି ବୋଲି କହିଥିଲେ।

Share