ବ୍ରହ୍ମପୁର ଅଫିସ,୭ା୬- ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାରେ ଗୁରୁବାର ୩ଜଣଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି। ସେମାନେ ହେଲେ କାର ଡ୍ରାଇଭର ସୁଶାନ୍ତ ସ୍ବାଇଁ, ଘରକାମ କରୁଥିବା ବଳରାମ ମହାନ୍ତି ଓ ଭୁବନେଶ୍ୱର ପଟିଆ ଅଞ୍ଚଳରେ ଅଭିଯୁକ୍ତମାନଙ୍କୁ ଘରଭଡ଼ା ଦେଇଥିବା କ୍ଷୀରୋଦ ପାତ୍ର ା
ପୋଲିସ ବ୍ରହ୍ମପୁର କୋର୍ଟରେ ହାଜର କରିବା ପରେ ଏସଡିଜେଏମ୍ ଦାୟିତ୍ୱରେ ଥିବା ମାଜିଷ୍ଟ୍ରେଟ ଏସ୍କେ ଆଚାର୍ଯ୍ୟଙ୍କ କୋର୍ଟରେ ଉପରୋକ୍ତ ୩ ଜଣଙ୍କର ଧାରା ୧୬୪ ଅନୁସାରେ ବୟାନ ରେକର୍ଡ କରାଯାଇଥିଲା। ଘଟଣା ଦିନ ଅର୍ଥାତ ମେ ୨୨ ତାରିଖ ସନ୍ଧ୍ୟାରେ ମନୋଜଙ୍କ ସହ ଅନୀଲ ସ୍ବାଇଁ, ବଳରାମ ମହାନ୍ତି, ସୁଶାନ୍ତ ସ୍ବାଇଁ ଭୁବନେଶ୍ୱରରୁ କାର (ନଂ ଓଡି୩୨ଏ୨୮୭୪) ଯୋଗେ ବ୍ରହ୍ମପୁର ଫେରୁଥିଲେ। ରାତ୍ର ୯ଟା ବେଳେ ଲାଞ୍ଜିପଲ୍ଲୀ ବାଇପାସ୍ ଜାତୀୟ ରାଜପଥ ୧୬ ଅକ୍ସଫୋର୍ଡ ସ୍କୁଲ ନିକଟରେ ଡ୍ରାଇଭର ସୁଶାନ୍ତ କାରଟି ପାର୍କିଂ କରିଥିଲେ। ମନୋଜ ଓ ଅନ୍ୟମାନେ ପରିସ୍ରା ପାଇଁ ରାସ୍ତାକଡ଼କୁ ଯାଇଥିଲେ। ଦୁର୍ବୃତ୍ତମାନେ ସେଠାରେ ମନୋଜଙ୍କ ଗଳା କାଟିବା ସହ ଗୁଳି ଫୁଟାଇ ହତ୍ୟା କରିଥିଲେ। ସେହି ରାତିରେ ଯାହା ଘଟିଥିଲା ସେମାନେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ଦେଇଥିବା ଜଣାପଡ଼ିଛି। ସେହିପରି କ୍ଷୀରୋଦ ଅଭିଯୁକ୍ତମାନଙ୍କୁ ୨୦୧୮ ଡିସେମ୍ବର ୧୨ ତାରିଖରେ ତାଙ୍କ ଘର ଭଡ଼ାରେ ଦେଇଥିଲେ। ସେ ସମ୍ପର୍କରେ ସେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ଦେଇଥିବା ଜଣାପଡ଼ିଛି। ଉପରୋକ୍ତ ୩ ଜଣଙ୍କ ବୟାନ ରେକର୍ଡଭୁକ୍ତ ହୋଇଥିବା କୋର୍ଟ ସୂତ୍ରରୁ ପ୍ରକାଶ।
ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ
ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...
ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…
ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...
ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ
ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...
ଅଭିନବ ଉପାୟରେ ଠକେଇ, ଫୋନ୍ପେରେ ଡେମୋ ଦେଖାଇଲେ…
ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...
ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର
ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...
ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ
ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...
ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ
ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...
Archives


