Categories: ଫୁରସତ

ମନୋହରି ଗୋଲ୍ଡ ଚା’ ନିଲାମ : କେଜିକୁ ୫୦,୦୦୦ ଟଙ୍କା

ଚା’ କେଜିକୁ ୫୦,୦୦୦ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ କଥାଟି ସତ। ଆସାମର ମନୋହରି ଗୋଲ୍ଡ ଚା’ଦାମ ଏବେ ପୂରା ଆକାଶ ଛୁଇଁଛି। ଏହି ଚା’ର ଦାମ୍‌ ଗତ ବର୍ଷ ଥିଲା ୩୯,୦୦୦ ଟଙ୍କା। ଅରୁଣାଚଳ ପ୍ରଦେଶର ଡୋନି ପୋଲୋ ଟି ଇଷ୍ଟେଟ୍‌ର ଗୋଲ୍ଡେନ ନିଡିଲ ଭେରାଇଟି ଚା’ର ଦାମ୍‌ ଯାହା କେଜିକୁ ୪୦,୦୦୦ ଟଙ୍କାରେ ବିକ୍ରି ହୋଇଥିଲା ତାହାକୁ ମନୋହରି ଗୋଲ୍ଡ ଚା’ ଟପିଯାଇଛି। ଗୁଆହାଟୀ ନିଲାମ କେନ୍ଦ୍ରରେ ଏହିି ଚା’କୁ ସର୍ବସାଧାରଣରେ ନିଲାମ କରାଯାଇଛି। ସବୁଠାରୁ ଅଧିକ ଦାମ୍‌ରେ ଏହି ଚା ବିକ୍ରି ହୋଇଛି ବୋଲି କୁହାଯାଉଛି । ଆସାମ ଦିବ୍ରୁଗଡର ମନୋହରି ଟି ଇଷ୍ଟେଟ ପକ୍ଷରୁ କୁହାଯାଇଛି , ଏହି କିସମର ମାତ୍ର ୫ କେଜି ଚା’ ଉତ୍ପାଦନ କରାଯାଇଛି । ପାଗ ଅନୁକୂଳ ନରହିବାରୁ କମ୍‌ ଉତ୍ପାଦନ ହୋଇଛି। ସୌରଭ ଟି ଟ୍ରେଡର୍ସର ମନଜିଲାଲ ମାହେଶ୍ୱରୀ ଏହି ଚା’କୁ କିଣିଛନ୍ତି। ସେ ମଧ୍ୟ ୨୦୧୮ରେ ଏହି ଚା’ରୁ ଦୁଇ କେଜି କିଣିଥିଲେ ।

Share