Categories: ଜାତୀୟ

ମନ୍ତ୍ରୀଗୋଷ୍ଠୀ ଗଠନକୁ ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ,୨୯ା୮(ପି.ଟି.): ଜମ୍ମୁ-କଶ୍ମୀର ଏବଂ ଲଦାଖ ଅକ୍ଟୋବର ୩୧ରୁ କେନ୍ଦ୍ରଶାସିତ ଅଞ୍ଚଳ ହେବାକୁ ଯାଉଥିଲାବେଳେ ସେଠାକାର ବିକାଶ, ଅର୍ଥନୀତି, ସାମାଜିକ ପ୍ରସଙ୍ଗଗୁଡିକୁ ଅନୁଧ୍ୟାନ କରିବା ଲାଗି ସରକାର ବୁଧବାର ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରିଥିବା ଖବର ପ୍ରକାଶ ପାଇଥିଲା। ପରେ ଏହି ଖବରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ଏଭଳି କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ସରକାରୀ ମୁଖପାତ୍ର କହିଛନ୍ତି। ୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ମନ୍ତ୍ରୀଗୋଷ୍ଠୀ ଗଠନ କରାଯାଇଛି ବୋଲି ଦୁଇ ଜଣ ଅଧିକାରୀ ସେମାନଙ୍କ ନାଁ ପ୍ରକାଶ ନ କରିବା ସର୍ତ୍ତରେ ଲିଖିତ ବାର୍ତ୍ତା ପଠାଇବା ସହ ଫୋନ୍‌ କରି ଜଣାଇଥିଲେ। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିତ୍ବା ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ନିଷ୍ପତ୍ତି ପରେ ସେଠାର ବିକାଶ ଉପରେ କେନ୍ଦ୍ର ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ତେଣୁ ୫ ଜଣିଆ ମନ୍ତ୍ରୀଗୋଷ୍ଠୀ ଉକ୍ତ ରାଜ୍ୟ ଗସ୍ତ କରି ସେଠାରେ କ’ଣ ସବୁ ଆର୍ଥତ୍କ, ସାମାଜିକ ଓ ବିକାଶମୂଳକ ପଦକ୍ଷେପ ନିଆଯାଇପାରିବ ପ୍ରସ୍ତାବ ଦେବେ ବୋଲି ଖବର ପ୍ରକାଶ ପାଇଥିଲା।

Share