ମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ: ଉଦ୍‌ଘାଟନ କଲେ ବିଭିନ୍ନ ପ୍ରକଳ୍ପ

ଦାରିଙ୍ଗବାଡ଼ି,୧୧।୧୨(ଡି.ଏନ୍‌.ଏ.):କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବୁଧବାର ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଗସ୍ତକରି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ସେ ପୂର୍ବାହ୍ନରେ ଦାରିଙ୍ଗବାଡ଼ିରେ ପହଞ୍ଚିବା ପରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ ଓ ବିଭାଗୀୟ ଅଧିକାରୀ ତାଙ୍କୁ ସ୍ବାଗତ ଜଣାଇଥିଲେ। ଦାରିଙ୍ଗବାଡ଼ିଠାରୁ ଗଜପତି ଜିଲାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ସମ୍ପ୍ରସାରଣ ପାଇଁ ହେଲିପ୍ୟାଡ୍‌ ପଡ଼ିଆ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂତନ କୋଠା ଉଦ୍‌ଘାଟନ କରିଥିଲେ। ପରେ ବାଲିଗୁଡ଼ା ଉପଖଣ୍ଡ ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।

Share