Categories: ଜାତୀୟ

ମନ୍ତ୍ରୀଙ୍କ କାମ ଅର୍ଥ ବ୍ୟବସ୍ଥା ସୁଧାରିବା, କମେଡି ସର୍କସ ଚଲାଇବା ନୁହେଁ: ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପରେ ବର୍ଷିଛନ୍ତି। ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅଭିଜିତ ବାନାର୍ଜୀଙ୍କ ସନ୍ଦର୍ଭକୁ ନେଇ ପିୟୁଷ ଯେଉଁ ଟିପ୍ପଣି ଦେଇଥିଲେ ତାକୁ ନେଇ ପ୍ରିୟଙ୍କା ପିୟୁଷଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମନ୍ତ୍ରୀଙ୍କ କାମ ଦେଶର ଅର୍ଥନୀତିକୁ ସୁଧାରିବା, କମେଡି ସର୍କସ ଚଲାଇବା ନୁହେଁ। ପ୍ରିୟଙ୍କାଙ୍କ ମତ ହେଲା ଭାଜପା ନେତାଙ୍କୁ ଯେଉଁ କାମ ମିଳିଛି ସେମାନେ ତାହା ନ କରି ଭିନ୍ନ କାମରେ ମୁଣ୍ଡ ଲଗାଉଛନ୍ତି। ଜଣେ ନୋବେଲ ପୁରସ୍କାର ପାଇଛନ୍ତି ଅର୍ଥ ତାହା ତାଙ୍କ ସାଧୁତା ଯୋଗୁ ମିଳିଛି। ସୂଚନାଯୋଗ୍ୟ, ପୁଣେରେ ଖବରଦାତାଙ୍କୁ ଦେଉଥିବା ପ୍ରଶ୍ନର ଉତ୍ତରରେ ଗୋଏଲ ନୋବେଲ ବିଜେତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ କଂଗ୍ରେସର ଯୋଜନାକୁ ସମର୍ଥନ ଦେଇଥିବା କହିଥିଲେ।

Share