Categories: ଜାତୀୟ

ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ

ଲକ୍ଷ୍ନୌ,୮ା୧୨(ପି.ଟି.): ଉନ୍ନାଓ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଉତ୍ତରପ୍ରଦେଶ ସରକାରର ୨ ଜଣ ମନ୍ତ୍ରୀ ଯାଇଥିବାବେଳେ ସ୍ଥାନୀୟ ଉତ୍ତ୍ୟକ୍ତ ଲୋକେ ଓ କଂଗ୍ରେସ କର୍ମୀମାନେ ସେମାନଙ୍କୁ ଜୋରଦାର ବିରୋଧ କରିଥିଲେ। ମନ୍ତ୍ରୀ କମଳ ରାଣୀ ବରୁନ୍‌ ଓ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉନ୍ନାଓ ଯିବାକୁ କହିଥିଲେ। ଆଜି କ’ଣ ପାଇଁ ଆସିଲ ବୋଲି ଉତ୍ତ୍ୟକ୍ତ ଲୋକେ ପ୍ରଶ୍ନ କରିଥିଲେ। ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି ମୌର୍ଯ୍ୟ ପୀଡିତାଙ୍କ ପରିବାରକୁ ଭେଟିବା ପରେ କହିଛନ୍ତି। ସବୁ ପ୍ରକାର ତଦନ୍ତ ପାଇଁ ସରକାର ପ୍ରସ୍ତୁତ ବୋଲି ସେ କହିଥିଲେ

Share