Categories: ଜାତୀୟ

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ଼,୧୪।୭: କ୍ରିକେଟରରୁ ରାଜନେତା ହୋଇଥିବା କଂଗ୍ରେସର ନବଜୋତ ସିଂ ସିଦ୍ଧୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ରବିବାର ଟୁଇଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମ୍ବୋଧନ କରି ସେ ଯେଉଁ ଇସ୍ତଫା ପତ୍ର ଜୁନ୍‌ ୧୦ରେ ଲେଖିଥଲେ ତାକୁ ଟୁଇଟ୍‌ କରି ସେ ଏହା କହିଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ସିଦ୍ଧୁଙ୍କର ଲାଗି ରହିଥିବା ବିବାଦର ସମାଧାନ ନ ହେବାରୁ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। କିଛିଦିନ ହେବ ସିଦ୍ଧୁଙ୍କର ବିଭାଗ ପରିବର୍ତ୍ତନ କରାଯିବାରୁ ସେ ଏଥିରେ ଅସନ୍ତୁଷ୍ଟ ଥିଲେ। ଏମିତିକି ସେ କାର୍ଯ୍ୟରେ ଯୋଗ ଦେଉ ନ ଥିଲେ। ଏହାକୁ ନେଇ ସେ ବିରୋଧିଙ୍କ ଶିକାର ମଧ୍ୟ ହୋଇଥିଲେ।

Share