ମନ୍ତ୍ରୀପଦ ମିଳିବାପରେ ଜ୍ୟୋତିପ୍ରକାଶଙ୍କ ପଞ୍ଚଲିଙ୍ଗେଶ୍ୱରରେ ପୂଜାର୍ଚ୍ଚନା

ସଜନାଗଡ଼,୨।୬:(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମନ୍ତ୍ରୀପଦ ( ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ) ମିଳିଛି। ଦାୟିତ୍ୱ ମିଳିବା ପରେ ରବିବାର ସେ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଦିନ୧୨ଟାରେ ପହଞ୍ଚିଥିଲେ। ପ୍ରଥମେ ଶୈବପୀଠକୁ ଯାଇ ଲିଙ୍ଗ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ପଞ୍ଚଲିଙ୍ଗେଶ୍ୱର ପାନ୍ଥନିବାସଠାରେ କିଛି ସମୟ ବିଶ୍ରାମ ନେଇଥିଲେ । ସେଠାରେ ନୀଳଗିରି ବ୍ଲକର ବିଜେଡି ଦଳର ଦଳୀୟ କର୍ମୀ, ପ୍ରଶଂସକ ଶତାଧିକ ଜନସାଧାରଣ ଓ ସମର୍ଥକ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପଞ୍ଚଲିଙ୍ଗେଶ୍ୱରର ବିକାଶ ଲାଗି ଆବଶ୍ୟକ ସହଯୋଗ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି।