ମନ୍ତ୍ରୀପରିଷଦ ବୈଠକ: ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଅତିରିକ୍ତ ବଜେଟ୍‌ ଆଗତ ଦେବ। ଏହି ବଜେଟ ଆଗତ ହେବା ପୂର୍ବରୁ ଶନିବାର ରାଜ୍ୟ ମନ୍ତ୍ରୀପରିଷଦ ବୈଠକରେ ଚିଠା ବଜେଟ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ଅତିରିକ୍ତ ବ୍ୟୟଭାର ତୁଲାଇବା ପାଇଁ ୮ହଜାର ୩ଶହ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଏହି ବଜେଟକୁ ଆଗତ କରାଯିବ।
ଚିଠା ବଜେଟ ପ୍ରସ୍ତାବକୁ ମଞ୍ଜୁରୀ ଦେବାଲାଗି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଯୋଗଦେଇ ଚିଠା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। କେବଳ ବଜେଟକୁ ଅନୁମୋଦନ କରିବା ଲାଗି ଏହି ବୈଠକ ଡକାଯାଇଥିଲା।

Share