Categories: ମେଟ୍ରୋ

ମନ୍ତ୍ରୀସ୍ତରୀୟ ବୈଠକରେ କୋଭିଡ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ସଂକଳ୍ପ ପାରିତ

ଭୁବନେଶ୍ୱର,୨୯।୫(ବ୍ୟୁରୋ): କରୋନା ସମ୍ମୁଖ ଯୋଦ୍ଧାଙ୍କ ପାଇଁ ମନ୍ତ୍ରୀସ୍ତରୀୟ ବୈଠକରେ ସର୍ବସମ୍ମତିରେ ସଂକଳ୍ପ ପାରିତ ହୋଇଛି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସଂକଳ୍ପ ଆଣିଥିଲେ। ସଂକଳ୍ପରେ କରୋନା ସମ୍ମୁଖ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଯାଇଛି। ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶାଦିଦି, ଅଙ୍ଗନଓ୍ବାଡି କର୍ମୀ,ଏଏନ୍‌ଏମ୍‌, ଏସ୍‌ଏଚ୍‌ଜି, ପୋଲିସ, ଅଗ୍ନିଶମ କର୍ମଚାରୀ, ପୋଲିସ, ହୋମଗାର୍ଡ, ସରପଞ୍ଚଙ୍କୁ କୃତଜ୍ଞତା ଜଣାଯାଇଥିବା ସୂଚନା ମିଳିଛି।

Share