ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ବଲାଙ୍ଗୀର ଅଫିସ, ୨୦।୧୦: ମମିତା ମେହେର ଅପହରଣ ଓ ହତ୍ୟା ମାମଲାକୁ ନେଇ ଭାଜପା ମହିଳା ମୋର୍ଚ୍ଚା ଓ ଏଆଇଡିଏସଓ ପକ୍ଷରୁ ବୁଧବାର ବଲାଙ୍ଗୀର ଏସ୍‌ପି ଅଫିସ ଘେରାଉ କରାଯାଇଛି। ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରାଯାଇଛି । ଏହି ଘେରାଉ କାର୍ଯ୍ୟକ୍ରମରେ ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂ ଦେଓ, ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିବା ଦେଖିବାକୁ ମିଳିଛି।