Categories: ଖେଳ

ମନ୍ଥର ବୋଲିଂ: ଭାରତ ଦଣ୍ଡିତ

ହାମିଲଟନ,୬।୨(ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ମନ୍ଥର ବୋଲିଂ କାରଣରୁ ଭାରତୀୟ କ୍ରିକେଟରମାନେ ଅର୍ଥଦଣ୍ଡର ସମ୍ମୁଖୀନ ହୋଇଛନ୍ତି। ଖେଳାଳିମାନଙ୍କ ମ୍ୟାଚ୍‌ ପାଉଣାର ୮୦ ପ୍ରତିଶତ ଜରିବାନ ଆକାରରେ ଦେବାକୁ କୁହାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏଲିଟ୍‌ ପ୍ୟାନେଲ ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରୋଡ ଏହି ଜରିମାନା ଧାର୍ଯ୍ୟ କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଭାରତ ୪ ଓଭର କମ୍‌ ବୋଲିଂ କରିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ବ୍ରଡ କହିଛନ୍ତି। ଗୋଟିଏ ଓଭର କମ୍‌ ବୋଲିଂ ପାଇଁ ମ୍ୟାଚ୍‌ ପାଉଣାାର ୨୦ ପ୍ରତିଶତ ଜରିମାନା ଧାର୍ଯ୍ୟ କରାଯାଇଥାଏ। ତେଣୁ ୪ ଓଭର ବୋଲିଂ କମ୍‌ ହୋଇଥିବାରୁ ୮୦ ପ୍ରତିଶତ ଜରିମାନା ଧାର୍ଯ୍ୟ କରାଯାଇଛି ବୋଲି ଆଇସିସି ତରଫରୁ ସ୍ପଷ୍ଟ କରାଯାଇଛି। ଅଧିନାୟକ କୋହଲି ଜରିମାନାକୁ ମାନିନେଇଥିବାରୁ କୌଣସି ଶୁଣାଣିର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି।

Share