ବରଗଡ଼ ଅଫିସ,୧୧।୬: ବରଗଡ଼ ସହର ଉପକଣ୍ଠ ସରସରା ପଞ୍ଚାୟତ ଅନ୍ତର୍ଗତ କଟାଟିକ୍ରା ମେଟାକାନୀ ମନ୍ଦିରରୁ ବୁଧବାର ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିର ଫାଟକରେ ଲାଗିଥିବା ତାଲା ଭାଙ୍ଗି ଦେବୀଙ୍କ ରୂପା ନିର୍ମିତ ଛତର ଚୋରି କରି ନେଇଛନ୍ତି। ଏଥିସହ ସେଠାରେ ଥିବା ଦାନବାକ୍ସକୁ ଭାଙ୍ଗି ସେଥିରେ ରହିଥିବା ଦାନ ଟଙ୍କାକୁ ମଧ୍ୟ ନେଇଯାଇଛନ୍ତି। ଖବରପାଇ ବରଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତନାଘନା ଆରମ୍ଭ କରିଛି।